ବୁଝିଲ.. ଆଜି କାଲି ଗଣ୍ଡା ଗଣ୍ଡା ବହି ପ୍ରକାଶ ପାଉଛି କାହାର ବେଳ ନାହିଁ ତାକୁ ପଢ଼ିବା ପାଇଁ ତୁମେ ଯଦି ଭାବୁଛ ମୁଖପୁସ୍ତକରେ ଲୋକ ପଢ଼ିକି ତାଙ୍କ ମତାମତ ରଖୁଛନ୍ତି ତେବେ ଖାଲି ମନେ ମନେ ଗୁଡ଼ ଖାଉଥା ଅକାଳେ ସକାଳେ କାଁ ଭାଁ କିଏ ଆଖି ବୁଲେଇ ଆଣୁଥିବେ ନହେଲେ ସମସ୍ତେ ଖାଲି ଇମୋଜୀ ରେ ଜଣେଇ ଦେଉଥିବେ ଭଲ ହେଇଛି ବୋଲି କିଏ ସତରେ ପଢୁଥିବେ..ସେଥିକୁ ମୋର ତିଳେ ବିଶ୍ୱାସ ନାହିଁ ଆରେ, ଯଦି ଜଣେ ପୁରାପୁରି ଲେଖାଟିକୁ ପଢେ ତେବେ , ଭଲ ହେଉ ବା ମନ୍ଦ ହେଉ ଦି ପଦ ଲେଖିବ ନିଶ୍ଚୟ କାଇଁ କେତେ ବର୍ଷ ହେଲାଣି, ତମେ ଲେଖାଲେଖି କଲଣି ହେଲେ କିଏ ଗୋଟେ ତମକୁ ଲେଖକ ବୋଲି ସମ୍ମାନ ଦେଲେଣି ? କୋଉ ସଭା ସମିତିରେ ତମକୁ କିଏ ଡାକିଥିଲେ ହେଲେ, ତମ ସ୍ତ୍ରୀ ହିସାବରେ ମୋର ହେଲେ ନାଁ ହୁଅନ୍ତା ତେଣୁ ତୁମେ ସେ ବହି ଲେଖାରେ ମାତନି ଥାକ ଥାକ ବହି ଖଟ ତଳେ, ଆଲମିରାରେ, ଟେବୁଲ ଉପରେ ଗହଳି କରୁଛନ୍ତି ଧୂଳି ଝାଡୁ ଝାଡୁ ମୋର ଶ୍ୱାସ ରୋଗ ବାହାରି ଗଲାଣି କୋଉ ଦିନ ଖଟ ତଳେ ମୂଷା ମଧ୍ୟ ପଶିଯିବେ କହି ହବନି କାଗଜ ପତ୍ରରେ ଉଇମାନେ ମହଲ ତୋଳନ୍ତି କହି ଦେଉଛି, ତାକୁ ରଦି କାଗଜ କରି ବିକିଲେ ମଧ୍ୟ ତେଲ ଲୁଣ ଖର୍ଚ୍ଚ ବାହାରିବ ନି ଖାଲି ଖାଲି ରେ ଅଯଥା ପଇସା ଗୁଡ଼ାଏ ଶ୍ରାଦ୍ଧ ହେଉଛି ଆମେ ଏତେ ବହି ଛାପିଲୁ ବୋଲି ଖାଲି ପ୍ରକାଶକ ମାନେ ନାଁ ନେଉଛନ୍ତି |”ଘରର ଆସବାବ କାଗଜପତ୍ର ସଜାଡୁ ସଜାଡୁ ବିରକ୍ତି ଭାବରେ ଆଶା ତାଙ୍କ ସ୍ୱାମୀ ବିଶ୍ୱାସ ଙ୍କୁ ବଡ଼ ପାଟିରେ ତାଗିଦ କଲା ଭଳି ସ୍ୱରରେ କହି ଚାଲିଥିଲେ

ଏମିତି ଅନେକ ଥର କାହା ଉପରେ ବିରକ୍ତି ହେଇଥିବେ ଆଉ କାହା ଉପରେ ରାଗ ଅଜାଡ଼ି ଚାଲିଥିବେ ଅନେକ ଥର ବିଶ୍ୱାସ ଏ କଥା ଶୁଣନ୍ତି କିନ୍ତୁ ସବୁ ବେଳେ କଥାଟାକୁ ଆଡେଇ ଦିଅନ୍ତି ସେ ଜାଣନ୍ତି ତାଙ୍କ ସ୍ତ୍ରୀକୁ ଘର ସଫା ସୁତୁରା ପସନ୍ଦ ପିଲା ଦିଟା କିଛି କମ ନୁହଁ ଜଣେ କଲେଜ ତୃତୀୟ ବର୍ଷ ଆଉ ଜଣେ ଚାକିରୀ ଏବେ ଆରମ୍ଭ କରିଛି। ମୋର ଏବେ ପରୀକ୍ଷା ଅଛି, କାଲିକି interview ଅଛି, ଅମୁକ ସାଙ୍ଗରେ ମିଟିଙ୍ଗ ଅଛି, ସମୁକ ସାଙ୍ଗରେ ଢିଙ୍କି ଅଛିଏମିତି କେତେ ବାହାନା କରି, ଘର ସଫା ପରେ କରିଦେବୁ ବୋଲି କହି ଆଶା କୁ ଫାଙ୍କି ଦିଅନ୍ତି ତେଣୁ ସେ ରାଗିଲେ ଶୁଣିବାକୁ ଘରେ କେବଳ ଗୋଟିଏ ଲୋକ ତା ମଧ୍ୟ ଅବସର ପ୍ରାପ୍ତ ସରକାରୀ ଅଧ୍ୟାପକ ଚାକିରୀ ଜୀବନ ତ ଗାନ୍ଧିଜୀଙ୍କ ମାଙ୍କଡ଼ ପରି କେବେ ଆଖି କାନ ପାଟି ବନ୍ଦ କରି ମୁଣ୍ଡପାତି ଚଳିଗଲା ଏବେ ପତ୍ନୀଙ୍କର କଟୁ କଥା ପଦକ ଶୁଣିଦେଲେ ଅସୁବିଧା କଣ ଖାଇବାକୁ ତ ଭଲ ଛ ତିଅଣ ନ ଭଜା ମିଳୁଛି ମୁଳୁ ମାଇଲେ ଯିବ ସରି, ଦିଅଁଙ୍କ ସଂଗେ କିପାଁ କଳି ଅତି ବେଶୀ ହେଲେ ଥଟାରେ ସ୍ତ୍ରୀଙ୍କୁ କହି ଦିଅନ୍ତି, “ତୁମର ବିଶ୍ୱାସ ଉପରେ ବିଶ୍ୱାସ ନାହିଁ କି ଆଶାର ସାହିତ୍ୟ ପ୍ରେମ ବଢିବ ବୋଲି ମଧ୍ୟ ମୋର ଆଶା ନାହିଁ ” 

ଆଶାଙ୍କର ପଢାପଢ଼ିରେ ସଉକ ଅଛି କିନ୍ତୁ ସାହିତ୍ୟାନୁରାଗୀ ନୁହଁ ଯେଉଁଠି ବେଶୀ ମୁଣ୍ଡ ଖେଳେଇବାକୁ ହୁଏ ସେଇଠି ସଉକ ନାହିଁ ସଂଜ ବେଳେ ଚା ପିଇଲା ବେଳକୁ ସିନେମା ସଂଗୀତ ଖବର , ଶାଢ଼ୀ ଦୋକାନର ବିଜ୍ଞାପନ, କୋଉ ଦୋକାନରେ କେତେ ପ୍ରତିଶତ ରିହାତି ଚାଲିଛି ଆଦିରେ ଟିକିଏ ଆଖି ବୁଲେଇ ଦେଲେ ସରିଲା ଟିଭି ଦେଖାରେ କିଛି ସମୟ ପଳାଏ ବାକି ସମୟ ରନ୍ଧାରନ୍ଧି, ଦି ପିଲାଙ୍କ ଉପରେ ଘର ସଫା ରଖୁନାହାନ୍ତି ବୋଲି ଗରଗର, ଚାକରାଣୀ ସମୟରେ ଆସିଲାନି ବୋଲି ତାକୁ ବହେ ଗାଳିରେ ତାଙ୍କର ଦିନ କଟିଯାଏ ରାଗ ତମତମ ହେଉଥିବେ ପଛେ ଏପଟେ, ସେପଟେ ପଡିଶା ଘର ବଙ୍ଗାଳି ସାଙ୍ଗ ଯଦି ପାଚେରୀ ପାଖରେ ଦିଶିଯାଏ ତେବେ ବଡ଼ ଗେଲାରେ ଖଣ୍ଡି ବଙ୍ଗାଳୀରେ କଥା ହେଉଥିବେ, “ଆଜ କେ କି ମାଛ ରାନ୍ଧୁଛନ, ସୁନି? ଆପନୀ କି କି ମାଛ ପାଇଲେ ବାଜ଼ାରେ ? ଦାରୁଣ ଗନ୍ଧ ବେରିଏଛି ? ବିଶ୍ୱାସ ସବୁ ବେଳେ ମନେ ମନେ ହସନ୍ତି ବଙ୍ଗାଳି ସାଙ୍ଗ ଓଡ଼ିଶାରେ ବଢ଼ିଛି ତାଙ୍କ ବାପା ମା ଅମଳରୁ ଦି ପିଢ଼ି ହେଲାଣି ତାଙ୍କୁ କଣ ଓଡ଼ିଆ ଆସୁନି ? ତାଙ୍କୁ ସୁହାଇଲା ଭଳି ଆଶା କାହିଁକି ଖଣ୍ଡିଆ ମଣ୍ଡିଆ ବଙ୍ଗାଳି କହେ କେଜାଣି ଛାଡ଼, ତାଙ୍କ ସାହିପଡିଶାର ଘରୋଇ କଥାରେ ସେ ବା କାହିଁକି ମୁଣ୍ଡ ଖେଳାନ୍ତେ  

ହେଲେ ଆଜି ଆଶାର ବିରକ୍ତିକର ସ୍ୱରରେ କିଛି ସତ ଫେଣ୍ଟି ହେଇଥିଲା ନିଶ୍ଚୟ ଗତ ତିରିଶ ବର୍ଷ ହେଲା ବିଶ୍ୱାସ ଲେଖାଲେଖି କରନ୍ତି କେତେବେଳେ କବିତା, କାହାଣୀ, ଅନୁବାଦ, ବିଜ୍ଞାନର ଅନୁସନ୍ଧାନ ବିଷୟ ତ କେତେବେଳେ ଭାଷା ବିଜ୍ଞାନ ଉପରେ ଆଲୋଚନାକୁ ନେଇ ବିଶ୍ୱାସ ଲେଖାଲେଖି କରନ୍ତି ସୋସିଆଲ ମେଡିଆ ରେ ବେଶୀ ବନ୍ଧୁ ନାହାନ୍ତି କିମ୍ବା ସମୟ ନଷ୍ଟ ହେବ ବୋଲି ଯାଆନ୍ତିନି ଅଳ୍ପ କେତେକ ବନ୍ଧୁ ଛାଡିଦେଲେ ତାଙ୍କର କାହା ସାଥେ ବେଶୀ ଉଠାଵସା ନାହିଁ ତେଣୁ ଅନେକ ଲେଖା ଖାତା କାଗଜରେ ହିଁ ଆଖି ବୁଜି ଶୋଇ ପଡନ୍ତି ସୂର୍ଯ୍ୟ ଆଲୋକ ଦେଖିବାକୁ ହେଲେ ତାଙ୍କୁ ଉଠାଉଛି କିଏ

କିଛି ବର୍ଷ ତଳେ ପୁରୁଣା ଖାତା କାଗଜ କେତେ ଉଇ ଖାଇବା ଆରମ୍ଭ କରିଦେଇଥିଲା ସେତେବେଳେ ବିଶ୍ଵାସଙ୍କ ମା ଗାଁରୁ ଆସି କିଛି ଦିନ ପୁଅ ପାଖରେ ରହୁଥିଲେ ଉଇ ପଛରେ ପାଗଳ ହେଇ ସେ କାଗଜ ଗୁଡାକୁ ବାଡ଼ିରେ କାଠ ଚୁଲାରେ ଜାଳ ଭାବେ ବ୍ୟବହାର କରିଦେଇ ଥାଆନ୍ତେ ସୌଭାଗ୍ୟ ବଶତଃ ଆଶା ତାକୁ ସାଉଁଟି ରଖିଦେଇ ଥିଲା ଏବଂ ଜବରଦସ୍ତି ସେଗୁଡ଼କୁ ଯଥାଶୀଘ୍ର ଛାପିବାର ବନ୍ଦୋବସ୍ତ କରିବାକୁ ତାଗିଦ କରିଦେଇଥିଲା ତା ପର ଠାରୁ ଗୁଡ଼ାଏ ବହି ଅଲଗା ଅଲଗା ପ୍ରକାଶକଙ୍କ ପାଖରେ ଛପା ହେଇଥିଲା

ଅବସର ପରେ ଜଣେ ଦୁଇ ଜଣ ବନ୍ଧୁ ଗଛ ଚଢ଼େଇ ଦେଲେ ତାଙ୍କ କଥାରେ ଭାସି ଅନେକ ବର୍ଷର ବ୍ୟବଧାନ ପରେ ଗତ ପାଞ୍ଚ ବର୍ଷରେ ଅବସର ସମୟ କାଟିବାକୁ ଯାଇ ପୁଣି କେତୋଟି ବହି ଛପା ହେଇଛି ହେଲେ ବିଧାମାରି ପଣସ ପଚେଇବାର କଳା ତାଙ୍କୁ ଜଣା ନାହିଁ ତେଣୁ ନିଜ ଗୁଣ ଗାରିମା ବଖାଣି କାହାକୁ ବହି ଗୁଡ଼ିକ ବିକ୍ରି କରି ପାରନ୍ତିନି ପ୍ରଥମେ ପ୍ରଥମେ କିଛି ବନ୍ଧୁ କିଣିଥିଲେ ସମୟ ହେଲେ ପଢ଼ି ସମୀକ୍ଷା କରିବେ ବୋଲି ମଧ୍ୟ କହିଥିଲେ କାହିଁ ଏ ଯାଏଁ କେହି ହେଲେ ଲେଖି ନାହାନ୍ତି କାହାକୁ ବା କଣ ଦୋଷ ଦେଇ ହେବ ଆଜିକାଲି ସୋସିଆଲ ମେଡ଼ିଆ ଅସିଲାଠୁଁ ଛତୁ ଫୁଟିଲା ପରି ସମସ୍ତେ ଲେଖକ ହେବାରେ ବ୍ୟସ୍ତ ପାଠକ ହେବାରେ ସମୟ କାହିଁ ଆଜିକାଲି ତ ନୁଆଁ ନୁଆଁ ମାଧ୍ୟମ ବାହାରିଲାଣି ତେଣୁ ପ୍ରତି ଥର ଭାବନ୍ତି ଏଥର ପ୍ରକାଶକଙ୍କ ଠାରୁ ସାହାଯ୍ୟ ମିଳିଯିବ ବହି ବିକ୍ରି କରିବାରେ କିଛି ନ ହେଲେ ହୁଏତ ଛପା ଖର୍ଚ୍ଚ ପୁନରୁଦ୍ଧାର ହେଇଯିବ କିନ୍ତୁ ପ୍ରତିଥର ଆଶା ମରିଯାଏ ଆଉ ଘରେ ଆଶା ସର୍ତ୍ତ ଜିତିଯାଏ  

ଆଜିକାଲି ଆଉ ସେ ଯୁଗ ନାହିଁ ଯେତେବେଳେ ପ୍ରକାଶକ ମାନେ ଲେଖକଙ୍କ ପାଖକୁ ଚପଲ ଘଷି ଧାଉଁଥିଲେ ଲେଖା ଖଣ୍ଡେ ଆଣିବା ପାଇଁ ଲେଖକଙ୍କୁ ତାଙ୍କର ବୌଦ୍ଧିକ ସମ୍ପତ୍ତି ବାବଦକୁ ଟଙ୍କା ମଧ୍ୟ ଦେଉଥିଲେ ତା ବାଦେ ବହି ବିକ୍ରିହେଲେ ପ୍ରତି ବହି ପିଛା ସତ୍ଵାଧିକାର ବାବଦ ପଇସା ମିଳୁଥିଲା ଆଜି କାଲି ଯେତିକି ଲେଖକ ସେତିକି ପ୍ରକାଶକ ତେଣୁ କିଏ କାହାର ପିଠି ଥାପୁଡ଼େଇ ଦେବା ଦିଶେନି ଯଦି ପୁସ୍ତକ ମେଳା ଅବା ଅନ୍ୟ କେଉଁ ମାଧ୍ୟମରେ, କିଛି ବହି ବିକ୍ରି ମଧ୍ୟ ହେଉଥିବ, ତାର ହିସାବ ଲେଖକ ମାନଙ୍କୁ କେବେ ଜଣା ନଥିବ ଏହା କେବଳ ଓଡ଼ିଶାର ଅବସ୍ଥା କି ସବୁଆଡେ ଏଭଳି ବୌଦ୍ଧିକ ସମ୍ପତ୍ତିର ବ୍ୟବସାୟ ସେ କଥା ବିଶ୍ୱାସ କେବେ ଜାଣିବାକୁ ଚେଷ୍ଟା କରି ନାହାନ୍ତି  

ବହିଟି ପ୍ରକାଶ ହେଲେ ପ୍ରଥମେ ପ୍ରଥମେ କିଛି ବନ୍ଧୁ କିଣି ନିଅନ୍ତି ତ ଆଉ କିଛି ମାଗଣାରେ ଚା ଜଳଖିଆ ସହ ଲେଖକଙ୍କ ହସ୍ତାକ୍ଷର ସହ ହସି ହସି ମାଗି ନିଅନ୍ତି କିଛି କହି ପାରନ୍ତିନି ଆଉ ଲେଖି ଦିଅନ୍ତିପ୍ରିୟ ଅମୁକ ସମୁକ ବନ୍ଧୁଙ୍କୁ ସ୍ନେହ ଓ ଶୁଭେଚ୍ଛାର ସହଆଦି ବାର୍ତ୍ତା ସହ ସ୍ଵହସ୍ତାକ୍ଷର ଆଗ କାଳରେ ତାର ପ୍ରମାଣ ମଧ୍ୟ ନଥିଲା ଏବେ କିନ୍ତୁ ମୋବାଇଲ ଫୋନରେ ହସି ଦେଇ ଫୋଟୋ ଖଣ୍ଡେ ଉଠା ହେଇ ପାରୁଛି ହେଲେ ନୁଆଁ ନୁଆଁରେ ସେ ସବୁ ପ୍ରଶଂସା ପରି ମନେ ହେଉଥିଲା ବନ୍ଧୁମାନେ ସମୟ କରି ପଢ଼ିବେ ଆଉ ସମୀକ୍ଷା ମଧ୍ୟ କରିବେ ବୋଲି କହି ଦେଇ ଯାଆନ୍ତି କିନ୍ତୁ କାହିଁ ଏ ଯାଏଁ କେହି କେବେ ବେଶି ଲେଖି ନାହାନ୍ତି ଅକାଳେ ସକାଳେ କିଏ ପଦେ ଅଧେ ଲେଖନ୍ତି ତେଣୁ ସେମାନଙ୍କ ପାଖରେ ନିଶ୍ଚୟ ବିଶ୍ୱାସ କୃତଜ୍ଞ ୟା ଭିତରେ ନିଜକୁ ସେ ବୁଝେଇ ସାରିଲେଣି ଯାହାର ଜିଜ୍ଞାସା ହେବ ସେ ପଢ଼ିବ, ଯଦି ନାହିଁ ନିଜର ଜ୍ଞାନ ତ ବଢ଼ିଲା ତାଠୁ ବେଶୀ ଆଶା କରିବା ହିଁ ନିରାଶାର କାରଣ

କାହାକୁ ବା କଣ ଦୋଷ ଦେଇ ହେବ ଏକେ ତ ପାଶ୍ଚାତ୍ୟ ସଭ୍ୟତାର ଅତିଶୟ ପ୍ରଭାବ ଯୋଗୁଁ ଇଂରାଜୀ ଭାଷାର ବ୍ୟବହାର ବେଶୀ ପିଲା କଥା କହିଲାଠୁ ବାପାମାଙ୍କ ଚିନ୍ତା ଇଂରାଜୀ ନ କହିଲେ ଭବିଷ୍ୟତରେ ଭଲ ଚାକିରୀ ମିଳିବନି ତେଣୁ ପିଲାଙ୍କୁ ଇଂରାଜୀ ସ୍କୁଲରେ ପଢାଅ ଆଉ ଘରେ ଘରେ ଅଶୁଦ୍ଧ ହେଉ ପଛେ ଇଂରାଜୀରେ ଭାଷାରେ ବୋବାଅ ତେଣୁ ଯେଉଁମାନେ ନିଷ୍ଠାର ସହ ଲେଖୁଥିବେ ହାତ ଗଣତିରେ ଗଣିହେବ ତା ଉପରେ ମଧ୍ୟ ଉତ୍ସାହ ବଢାଇବା ପାଇଁ ଯାହାର ଟିକେ ନାଁ ହେଇ ଯାଇଛି ସେ ଅନ୍ୟର ବେଶୀ ପ୍ରଶଂସା କରନ୍ତିନି ଯାହାର ନାଁ ଗାଁ ନାହିଁ ତାର ଇମୋଜୀ ପ୍ରତିକ୍ରିୟାର ବା କି ମୂଲ୍ୟ ଏଥିରେ ଜଣେ ଲେଖକ ପ୍ରୋତ୍ସାହିତ ହେବ କେଉଁଠୁ ? ତେଣୁ ଆଜି କାଲି ଯଦି ବେଶୀ ଯୁବ ଲେଖକ ନାହାନ୍ତି, ତାହେଲେ ଦାୟୀ କିଏ? ପଥିକ ନା ପଥ ପ୍ରଦର୍ଶକ ?

ଜୀବନର ଅପରାହ୍ନରେ କାହାଠୁ କିଛି ଆଶା କରିବାକୁ ବିଶ୍ଵାସଙ୍କର ଆଉ ଇଛା ହୁଏନି ଏବେ ଆଧ୍ୟାତ୍ମିକ ଚେତନାରେ ମନ ଉବୁଟୁବୁ ହେଲାଣି ଯାହା ତାଙ୍କ ପ୍ରାପ୍ୟ କିନ୍ତୁ ଅନ୍ୟଠୁ କେବେ ପାଇ ନାହାନ୍ତି, ସେ ଜାଣନ୍ତି ତାର ମୂଲ୍ୟ କେତେ ତେଣୁ ଗଲା ଦୁଇ ବର୍ଷ ହେଲା ବେଶ ପୁସ୍ତକ ସମୀକ୍ଷାରେ ଅବସର ପ୍ରାପ୍ତ ସମୟ ସୁରୁଖୁରୁରେ କଟିଯାଏ ସେଥିରେ କ୍ଷତି ନାହିଁ ବରଂ ଲାଭ ଅଛି ଭବଭୂତିଙ୍କ ନୀତିବାଣୀ ମନେ ପଡ଼ିଯାଏ ଲେଖକ ମାଧ୍ୟମରେ ଯାହା ବି ଶବ୍ଦ ଓହ୍ଲାଏ ତାର ପାଠକ ଦିନେ ନା ଦିନେ ଆସିବ ନିଶ୍ଚୟ ହୁଏତ ତାଙ୍କ ଜୀବନ କାଳରେ ନ ଆସି ପାରେ ଗୀତାରେ ମଧ୍ୟ ଶ୍ରୀକୃଷ୍ଣ କହିଛନ୍ତି – ‘କର୍ମଣ୍ୟେ ବାଧିକାରସ୍ତୁ ମା ଫଳେସୁ କଦାଚନ 

ସଞ୍ଜ ଗଡି ଆସୁଥିଲା ବିଶ୍ୱାସ ଜାଣନ୍ତି ଦିନ ଯାକର କାମ ସାରି ସଞ୍ଜ ବେଳର ଚାପିଇଲା ବେଳେ ସ୍ତ୍ରୀଙ୍କ ମୁଣ୍ଡ ଥଣ୍ଡା ଥାଏ ତେଣୁ ପାଖରେ ଯାଇ ବସି କହିଲେ, “ଆଶା, ଭାବନି ଯେ ମୁଁ ତୁମ କଥା ଏ କାନରେ ଶୁଣି ସେ କାନରେ ଉଡେଇ ଦିଏ ତୁମ କଥାରେ ଓଜନ ଅଛି ସେଇଥି ପାଇଁ ଆଜିକାଲି ବହି ପ୍ରକାଶ କରିବାକୁ ମନ କରୁନି, ହେଲେ ଅନ୍ୟ କାହାର ବହିଟେ ପଢ଼ିଲେ ଯେ ଲେଖକକୁ ଚିଠି ଖଣ୍ଡେ ଲେଖିବାକୁ ଇଚ୍ଛା ହୁଏ ସେଥିରେ ତୁମର ଆପତ୍ତି ନ ଥିବ ବୋଲି ଆଶା ଆଶା ହସି ଦେଇ କହିଲେ, “ମୋ ସ୍ୱାମୀଙ୍କ ଉପରେ ମୋର ଅଧିକ ବିଶ୍ୱାସ ଜୀବନ ଯାକ କଲେଜରେ ପାଠ ପଢାଉଥିଲ ଚାକିରିରୁ ଅବସର ହେଇଗଲା ବୋଲି ତୁମେ କଣ ପାଠପଢା ଛାଡି ରହି ପାରିବ ? ମୋ ସ୍ୱାମୀ ଗାନ୍ଧିବାଦୀ ବୋଲି କଣ ମୁଁ ଜାଣେନି |  ‘Be the change you want to see in the world’ –ଗାନ୍ଧିଜୀଙ୍କ ନୀତିବାଣୀ ପରା ସବୁବେଳେ ପିଲାଙ୍କୁ ଶୁଣାଉଥିଲଶୁଣେ, ଏ ସପ୍ତାହରେ କାହାର ବହି ସମୀକ୍ଷା କରିଛ?” 

ମୁରୁକି ହସି ଦେଇ ବିଶ୍ୱାସ କହୁଥିଲେଗୋଟିଏ ଗ୍ରନ୍ଥ ଏ ସପ୍ତାହରେ ପଢ଼ୁଥିଲି ଏବେ ଅଳ୍ପ ଦିନ ତଳେ ପ୍ରକାଶ ପାଇଛିଅଷ୍ଟନାୟିକାତତ୍ତ୍ୱ ଓ କବିତା ଆଜିକା ଦିନରେ ଏଭଳି ଗ୍ରନ୍ଥ ଜଣେ ଯଦି ଲେଖି ପାରିଛି ତାଙ୍କୁ ମୋର ଶତ ନମସ୍କାର   କେତେ ତଥ୍ୟ ସେଥିରେ ଲେଖିକା ସଂଗ୍ରହ କରିଛନ୍ତି ତାହା ପ୍ରଶଂସନୀୟ ନିଶ୍ଚୟ ସେଥିରେ ଭାରତୀୟ ସଭ୍ୟତା ଓ ସଂସ୍କୃତ ସାହିତ୍ୟରେ ନାଟ୍ୟଶାସ୍ତ୍ର ଓ କାବ୍ୟାଳଙ୍କାର, ଭାରତୀୟ କାବ୍ୟ ପରମ୍ପରାର ବିକାଶ, ଓ କାବ୍ୟରେ ଶୃଙ୍ଗାର ରସ ଉପରେ ସେ ଦୃଷ୍ଟିପାତ କରିଛନ୍ତି ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରୁ ଅନେକ ତଥ୍ୟ ଉଦ୍ଧାର କରିଛନ୍ତି ଯାହାକି ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ରଚନା   ମିଳନ ଓ ବିରହର ଅନୁଭବ ଆମ ଜୀବନର ଅନ୍ତରଙ୍ଗ ଭାବ କେଡେ ନିଛକ ସତ କଥା ବହିଟିର ମୂଳ ତତ୍ତ୍ୱ ଭାବ ଏବଂ ରସ ଜଣେ ନାୟକର ଉପସ୍ଥିତି ବା ଅନୁପସ୍ଥିତିରେ ନାୟିକାର ମିଳନ ଅବା ବିରହର ଅନୁଭବକୁ ନେଇ ଭରତମୁନିଙ୍କ ରଚନା ଆଧାରରେ ମନୁଷ୍ୟର ମାନସିକ ସ୍ଥିତି ବା ଭାବ କିଭଳି ନବରସ ସୃଷ୍ଟି କରେ ତାର ଏକ ସୁନ୍ଦର ବିବରଣୀ ଦେଇଛନ୍ତି ଲେଖିକା ତା  ସହିତ ମଧ୍ୟ ସେ ଅଷ୍ଟନାୟିକା ବର୍ଣ୍ଣନାରେ ନିଜର ସ୍ଵରଚିତ ଷୋହଳଟି କବିତା ମାଧ୍ୟମରେ ଶୃଙ୍ଗାର ରସକୁ ଆଧାର କରି ପାରମ୍ପରିକ ଏବଂ ଆଧୁନିକ ଶୈଳୀରେ ସେମାନଙ୍କ ଭାବକୁ ଚିତ୍ରଣ କରିଛନ୍ତି   ଏହା ନିଶ୍ଚୟ ପାଠକଙ୍କୁ ନିଜ ନିଜର ନିତିଦିନିଆ ଜୀବନର ଆଚରଣକୁ ବିଶ୍ଳେଷଣ କରିବାକୁ ପ୍ରୋତ୍ସାହିତ କରିବ ଏ ବହି ପଢି ପାଠକ ନିଜ ଜୀବନରେ ଉଠୁଥିବା କିଛି ଜଟିଳ ପ୍ରଶ୍ନର ସରଳ ଉତ୍ତର ଖୋଜିବାରେ ସକ୍ଷମ ମଧ୍ୟ ହେଇ ପାରେ  

ସଂଗୀତ, ଅଭିନୟ, ନୃତ୍ୟ, ଚିତ୍ରକଳା, ଭାସ୍କର୍ଯ୍ୟ ଆଦିରେ ଅଷ୍ଟନାୟିକା ବିଷୟ କିଭଳି ଶତାବ୍ଦୀ ଶତାବ୍ଦୀ ଧରି ଆଦୃତ ହୋଇ ଆସିଛି ତାର ଚିତ୍ର ସହ ଉଦାହରଣ ମଧ୍ୟ ଉଦ୍ଧାର କରିଛନ୍ତି ଆଉ ଶୁଣ, ତୁମର ଯେଉଁ ମାନ ଅଭିମାନ ମୁଁ ସବୁବେଳେ ଅନୁଭବ କରେ, ବହିଟି ପଢିଲେ ତୁମେ ଆପେ ବୁଝି ଯିବ ତୁମେ କେଉଁ ନାୟିକା ଲେଖିକାଙ୍କ ହୃଦୟବତ୍ତାକୁ ପ୍ରଣାମ ନ କରି ରହି ପାରୁନି..କାରଣ ସେ ଏ ବହିଟିର ବିକ୍ରିଲବ୍ଧ ଧନରାଶିକୁ ମଧ୍ୟ ନାରୀକଲ୍ୟାଣ ସଂସ୍ଥା ମାନଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି କଥା ଦେଇଛନ୍ତି ସେ ଲେଖନୀ ଦୀର୍ଘାୟୁ ହେଉ, ଏହାହିଁ କାମନା କରୁଛି   ଏ ବହିଟି ସତରେ ଅନେକ କଳାକାରଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସାହାଯ୍ୟ କରିବାରେ ସକ୍ଷମ ହେଇପାରିବ ବୋଲି ମୋର ଆଶା ଓ ବିଶ୍ୱାସ।

ଆଶା ମଜାରେ କହିଲେ, “ହଉ ହେଲା, ବହୁତ ଗୁଣ ବଖାଣିଲଣି ମୁଁ ଆଶା ତୁମେ ବିଶ୍ୱାସ, ସବୁ ଭାବ ସବୁ ରସ ଆମ ଭିତରେ ରହି ଥାଉ ଲେଖିକାଙ୍କ ପାଖକୁ ଆଉ ରସ ନ ଯାଉ ଯଦି ତାଙ୍କ ନାଁ, ଗାଁ, ଠିକଣା ଥାଏ ତେବେ ଚିଠି ଖଣ୍ଡେ ଲେଖିଦେବ ଚା ଥଣ୍ଡା ହେଲାଣି, ଏବେ ପିଇ ନିଅ

Story originally published in Urmi, 2024 by OSA.

What do you think?

Your email address will not be published. Required fields are marked *

13 Comments
  • Sayad Suleman Ali
    07/23/2024

    ବହୁତ ସୁନ୍ଦର ଲେଖାଟି |ପଢ଼ି ଆନନ୍ଦିତ ହେଲି |ଏହି ଲେଖାର ମୂଲ୍ୟବୋଧକୁ ଅନୁଭବ କରି ଉର୍ମିର ସମ୍ପାଦକ ପତ୍ରିକାରେ ଛାପାୟିଛନ୍ତି |

    • Manorama Choudhury
      07/24/2024

      ସମୟ କରି କାହାଣୀଟି ପଢି କିଛି ପଦ ଲେଖିଥିବାରୁ ଅନେକ କୃତଜ୍ଞତା ଜଣାଉଛି ! Please explore the website for other posts. Much regards!

      • Biraja Mahapatra
        08/10/2024

        You are prolific in both the languages. I am yet to read Astanayika. Hopefully I will read it in Puja vacation. God bless. Be you bestowed with more power to your pen.

        • Manorama Choudhury
          08/13/2024

          Awww..very kind of you! Much appreciated.

  • Gagàn Panigrahi
    07/25/2024

    ସତରେ ଆଜି କାଲିର ଲେଖକ ଓ ପ୍ରକାଶକ ମଧ୍ୟରେ ଉପୁଜୁଥିବା ସତ୍ୟ ଘଟଣା ଉପରେ ସୁନ୍ଦର ରମ୍ୟ ରଚନାଟିଏ। ପଢ଼ି ଖୁସି ହେଲି। ଧନ୍ୟବାଦ।

    • Manorama Choudhury
      07/30/2024

      Thank you Gagan bhaina. It is a story that unfortunately reflects today’s literary society.

  • Debaki Nandan Chowdhury
    08/06/2024

    Wonderful story. It not only conveys the message of writers for lack of book sale, but also speaks a lot about the book “ଅଷ୍ଟନାୟିକା –ତତ୍ତ୍ୱ ଓ କବିତା”. Will explore more on that book. The problem is widespread for singers, dramatists, painters, sculptors, sand artists too. Ther are many more, you name it. The way people recognize the artist, or the art form is by taking a selfie and posting it in their Facebook page. May be this is our generation now.

    • Manorama Choudhury
      08/08/2024

      The intention of the story is equally weighted between providing a short book review and conveying many correct scenarios of the author/reader/publisher ratio, laced with numerous small anecdotes from the present day. Thank you for reading. Please feel free to share and read other blogs.

    • Manorama Choudhury
      08/08/2024

      To your point it is really sad how people recognize the artists. At the same time many artists do not dive deep to understand theory behind. The generation is swept by the social media:(

  • Sankar Narayan Mallick
    12/24/2024

    ସୁନ୍ଦର କାହାଣୀ । ଭାବ ଓ ଭାଷା ଉଭୟ ଦୃଷ୍ଟିରୁ।
    କାହାଣୀଟି ଲେଖିକାଙ୍କ ଅଷ୍ଟ ନାୟିକା ବହିଟି ପଢ଼ିବାର ଇଚ୍ଛା ଓ ଆଗ୍ରହକୁ ଉଦ୍ରେକ କରେ।
    ସାରସ୍ବତ ଯାତ୍ରା କୁସୁମିତ ହେଉ।
    ଶ୍ରଦ୍ଧା ଓ ଶୁଭେଚ୍ଛା ।

    • Manorama Choudhury
      01/09/2025

      ପାଠକୀୟ ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଉଛି ! ଅଷ୍ଟନାୟିକା ପଢିବା ପରେ ନିଜର ମତାମତ ଜଣାଇବେ ବୋଲି ଆଶା I ପ୍ରଣାମ !

  • Dr. R. K. Das
    01/16/2025

    କ୍ଷୁଦ୍ରଗଳ୍ପ ‘ଆଶା… ମୋ ନାୟିକା ‘ ର ପ୍ରାରମ୍ଭ ଓ ପରିସମାପ୍ତି ଉଭୟ ଚିତ୍ତାକର୍ଷକ l ଗଳ୍ପରେ ଉଭୟ ଚରିତ୍ର- ଆଶା ଓ ବିଶ୍ୱାସ – ନିଜ ନିଜର ନାମର ଯଥାର୍ଥତା ପ୍ରତିପାଦନ କରିଛନ୍ତି l ବିଶ୍ୱାସ ଆକାଶ ହେଲେ, ଆଶା ପୃଥିବୀ l ଜଣେ ଲେଖକୀୟ ସତ୍ତାର କଳ୍ପନାର ଆକାଶରେ ଉଡ଼ିବାକୁ ଚାହିଁଲେ, ଆଉ ଜଣେ ପ୍ରଖର ବାସ୍ତବବାଦୀ l ମାତ୍ର ପରସ୍ପର ପରସ୍ପରଙ୍କୁ ବୁଝିବାରେ କେବେ ଭୂଲ କରିନାହାନ୍ତି ଵା ବାଟବଣା ହୋଇନାହାନ୍ତି l ସୁନ୍ଦର କଳ୍ପନା, ଉତ୍କୃଷ୍ଟ ଉପସ୍ଥାପନା l

    • Manorama Choudhury
      01/16/2025

      ‘ଆଶା..ମୋ ନାୟିକା’ ମୋର ପ୍ରଥମ ପ୍ରୟାସ କ୍ଷୁଦ୍ରଗଳ୍ପ ଲେଖିବା ଦିଗରେ | ଆପଣଙ୍କ ବିଶ୍ୱାସ ମୋ ଉପରେ ଏଭଳି ରହି ଥିଲେ ମୋ ଲେଖନୀ ନିରାଶା କରିବନି ବୋଲି ମୋର ଆଶା | ପାଠକୀୟ ମତାମତ ଦେଇ ପ୍ରୋତ୍ସାହିତ କରିଥିବାରୁ ସହୃଦୟ କୃତଜ୍ଞତା ଜଣାଉଛି | ପ୍ରଣାମ!